• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ବାରିପଦାରେ ଓରମାସ୍‌ର ସ୍ୱତନ୍ତ୍ର ଦୀପାବଳି ହସ୍ତଶିଳ୍ପ ଷ୍ଟଲ୍‌ ଉଦ୍‌ଘାଟିତ

Byodishri Live

Nov 6, 2026

ମହିଳା ଏସ୍‌ଏଚ୍‌ଜି, ଉତ୍ପାଦକ ଗୋଷ୍ଠୀ ଓ ସ୍ଥାନୀୟ କାରିଗରଙ୍କ ଉତ୍ପାଦକୁ ମିଳିବ ବଜାର ସୁଯୋଗ

ବାରିପଦା, (ଓଡ଼ିଶ୍ରୀ ସମ୍ବାଦ): ଗ୍ରାମୀଣ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି), ଉତ୍ପାଦକ ଗୋଷ୍ଠୀ ଓ ସ୍ଥାନୀୟ କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀର ପ୍ରଚାରପ୍ରସାର ଏବଂ ବିକ୍ରୟ ପାଇଁ ବଜାର ସୁଯୋଗ ସୃଷ୍ଟି ଉଦ୍ଦେଶ୍ୟରେ ଓରମାସ୍‌ ପକ୍ଷରୁ ଏକ ସ୍ୱତନ୍ତ୍ର ଦୀପାବଳି ହସ୍ତଶିଳ୍ପ ଷ୍ଟଲ୍‌ ଖୋଲାଯାଇଛି। ଏହି ଷ୍ଟଲ୍‌କୁ ମୟୂରଭଞ୍ଜ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଧର୍ମାନନ୍ଦ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ।

ଉଦ୍‌ଘାଟନୀ ଅବସରରେ ଶ୍ରୀ ବେହେରା କହିଥିଲେ ଯେ, ଏଭଳି ଷ୍ଟଲ୍‌ ଗ୍ରାମୀଣ ଉଦ୍ୟୋଗୀ, ମହିଳା ଏସ୍‌ଏଚ୍‌ଜି ଓ ସ୍ଥାନୀୟ କାରିଗରଙ୍କୁ ନିଜ ଉତ୍ପାଦର ପ୍ରଚାରପ୍ରସାର ସହ ଉପଯୁକ୍ତ ବଜାର ସଂଯୋଗ ପାଇଁ ସୁଯୋଗ ଦେଇଥାଏ। ଏହାଦ୍ୱାରା ଉତ୍ପାଦର ଚାହିଦା ଓ ଆୟ ବୃଦ୍ଧି ସହ ଗ୍ରାମୀଣ ଜୀବିକା ସୁଦୃଢ଼ ହୋଇପାରିବ। ଏଥିସହ ସ୍ଥାନୀୟ ହସ୍ତଶିଳ୍ପ ଓ ପାରମ୍ପରିକ କଳାକୃତିର ସଂରକ୍ଷଣ ପାଇଁ ଲୋକେ ଏଭଳି ସାମଗ୍ରୀ କିଣିବାକୁ ସେ ଆହ୍ୱାନ ଦେଇଥିଲେ।

ଏହି ଷ୍ଟଲ୍‌ରେ ମହିଳା ଏସ୍‌ଏଚ୍‌ଜି, ଉତ୍ପାଦକ ଗୋଷ୍ଠୀ, କୃଷକ ଉତ୍ପାଦକ ସଂଗଠନ ଓ ସ୍ଥାନୀୟ କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ହସ୍ତଶିଳ୍ପ ସାମଗ୍ରୀ, ପରିବେଶ ଅନୁକୂଳ ଟେରାକୋଟା ଉତ୍ପାଦ ଏବଂ ପାରମ୍ପରିକ କଳାକୃତି ପ୍ରଦର୍ଶିତ ହୋଇଛି। ଦୀପାବଳିକୁ ଦୃଷ୍ଟିରେ ରଖି ଏହି ଷ୍ଟଲ୍‌ ସ୍ଥାନୀୟ ଉତ୍ପାଦ ଓ ପାରମ୍ପରିକ କାରିଗରୀକୁ ଗ୍ରାହକଙ୍କ ନିକଟରେ ପହଞ୍ଚାଇବାର ଏକ ମାଧ୍ୟମ ପାଲଟିଛି।

କାର୍ଯ୍ୟକ୍ରମରେ ଓରମାସ୍‌ର ଡେପୁଟି ସିଇଓ ଭାଗ୍ୟଲକ୍ଷ୍ମୀ ରାଉତ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶିଶିର କୁମାର ମୁନ୍ଦୁୟା, ପ୍ରୋଜେକ୍ଟ ମ୍ୟାନେଜର (ଜୀବିକା) ମଧୁସ୍ମିତା ଭୂୟାଁ, ପ୍ରୋଜେକ୍ଟ ମ୍ୟାନେଜର (ଗ୍ରାମୀଣ ଗୃହ ନିର୍ମାଣ) କନ୍ୟାକୁମାରୀ ମିଶ୍ର ଏବଂ ମୟୂରଭଞ୍ଜ ସବାଇ ଫାର୍ମର୍ସ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ୍‌ର ସଦସ୍ୟମାନେ ଉପସ୍ଥିତ ଥିଲେ। ଓରମାସ୍‌ ମୟୂରଭଞ୍ଜର କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *