• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଧର୍ମଶାଳାର ୫ଟି ସ୍ଥାନରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ଆଜି

Byodishri Live

Nov 6, 2026

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିଡିଓ କନଫରେନ୍ସିଂରେ କରିବେ ଶୁଭାରମ୍ଭ; ୪ଟି ଜୋନ୍‌ର ୫ଟି ସ୍ଥାନରେ କାର୍ଯ୍ୟକ୍ରମ

ଧର୍ମଶାଳା (ଓଡ଼ିଶ୍ରୀ ସମ୍ବାଦ): ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ଏଥିପାଇଁ ୧୨, ୧୩, ୧୪ ଓ ୧୫ ନମ୍ବର ଜୋନ୍‌ର ମୋଟ ୫ଟି ସ୍ଥାନ ଚିହ୍ନଟ କରାଯାଇଛି।

ସୂଚନା ଅନୁଯାୟୀ, ୧୫ ନମ୍ବର ଜୋନ୍‌ର କୋତପୁର ପଞ୍ଚାୟତସ୍ଥିତ ଜାଗୁଳାଇ ହାଇସ୍କୁଲ ପରିସର, ୧୪ ନମ୍ବର ଜୋନ୍‌ର ସୁନ୍ଦରିଆ ହାଇସ୍କୁଲ ପରିସର, ୧୩ ନମ୍ବର ଜୋନ୍‌ର ତରଞ୍ଜିଆ ପଞ୍ଚାୟତସ୍ଥିତ ବିଳାସିନୀ ନୋଡାଲ ସ୍କୁଲ ପରିସର ଏବଂ କ୍ଷେତ୍ରପାଳ ପଞ୍ଚାୟତସ୍ଥିତ ସିଦ୍ଧ ନାରାୟଣ ସ୍କୁଲ ପରିସରରେ ଭିତ୍ତିପ୍ରସ୍ତର ସ୍ଥାପନ ହେବ। ସେହିପରି ୧୨ ନମ୍ବର ଜୋନ୍‌ର ପୁରୁଣାବଉଳମାଳ ପଞ୍ଚାୟତସ୍ଥିତ ଇଚ୍ଛାପୁର ବିଦ୍ୟାଳୟ ପରିସରରେ ମଧ୍ୟ ଏହି କାର୍ଯ୍ୟକ୍ରମ ହେବ।

ଶୁକ୍ରବାର ସକାଳ ୯ଟାରେ ଏହି ସମସ୍ତ ସ୍ଥାନରେ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହାର ଶୁଭାରମ୍ଭ କରିବେ।

ଏହି ଅବସରରେ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ଜିଲ୍ଲାପାଳ ଅମ୍ବର କୁମାର କର ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ମହେଶ୍ୱର ସାହୁ ପ୍ରମୁଖ ଉପସ୍ଥିତ ରହିବେ। କାର୍ଯ୍ୟକ୍ରମରେ ଅଧିକ ସଂଖ୍ୟାରେ ଜନସାଧାରଣ ଯୋଗଦେବାକୁ ଆୟୋଜକଙ୍କ ପକ୍ଷରୁ ଅନୁରୋଧ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *