• Sat. Nov 7th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଫିରିଙ୍ଗିଆ ଯୁବ କଂଗ୍ରେସ ସଭାପତି ପଦ ପାଇଁ କେଶବ ଦିଗାଲଙ୍କ ନାମାଙ୍କନ ଦାଖଲ

Byodishri Live

Nov 7, 2026

ଯୁବ ସଂଗଠନକୁ ତୃଣମୂଳସ୍ତରରୁ ସୁଦୃଢ଼ କରିବା ସହ ଯୁବପିଢ଼ିଙ୍କ ସମସ୍ୟାକୁ ଗୁରୁତ୍ୱ ଦେବା ଲକ୍ଷ୍ୟ

କନ୍ଧମାଳ, (ଓଡ଼ିଶ୍ରୀ ସମ୍ବାଦ): ରାଜ୍ୟବ୍ୟାପୀ ଯୁବ କଂଗ୍ରେସର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ୍‌ ଯୁବ କଂଗ୍ରେସ ସଭାପତି ପଦ ପାଇଁ ଯୁବନେତା କେଶବ ଦିଗାଲ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି।

ଯୁବ କଂଗ୍ରେସ ସଂଗଠନକୁ ତୃଣମୂଳସ୍ତରରୁ ସୁଦୃଢ଼ କରିବା ଏବଂ ଯୁବପିଢ଼ିଙ୍କୁ ଦଳୀୟ ସଂଗଠନରେ ଅଧିକ ସକ୍ରିୟ ଓ ସଂଗଠିତ କରିବା ଏହି ସାଂଗଠନିକ ନିର୍ବାଚନର ଉଦ୍ଦେଶ୍ୟ ରହିଛି। ଫୁଲବାଣୀ ନିର୍ବାଚନମଣ୍ଡଳୀର ଯୁବପିଢ଼ିଙ୍କ ସମସ୍ୟା, ବେକାରୀ, ଶିକ୍ଷା, ନିଯୁକ୍ତି ଓ ଆଞ୍ଚଳିକ ବିକାଶ ଭଳି ପ୍ରସଙ୍ଗକୁ ଗୁରୁତ୍ୱ ଦେବା ସହ ଯୁବସମାଜର ସ୍ୱରକୁ ସାଂଗଠନିକ ସ୍ତରରେ ଉପସ୍ଥାପନ କରିବା ତାଙ୍କର ଲକ୍ଷ୍ୟ ବୋଲି ଜଣାପଡ଼ିଛି।

ଫିରିଙ୍ଗିଆ ଅଞ୍ଚଳରୁ ଜଣେ ଯୁବନେତା ଭାବେ କେଶବ ଦିଗାଲଙ୍କ ନାମାଙ୍କନ ଦାଖଲକୁ ନେଇ ସ୍ଥାନୀୟ ଯୁବ କଂଗ୍ରେସ କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଥିବା ଜଣାଯାଇଛି।

ଯୁବଶକ୍ତିର ଏକତା, ସଂଗଠନର ମଜଭୁତି ଏବଂ ଜନସାଧାରଣଙ୍କ ସମସ୍ୟାକୁ ପ୍ରାଥମିକତା ଦେଇ ଫିରିଙ୍ଗିଆ ଯୁବ କଂଗ୍ରେସକୁ ନୂତନ ଦିଗ ଦେବା ଲକ୍ଷ୍ୟରେ ଶ୍ରୀ ଦିଗାଲ ସଭାପତି ପଦ ପାଇଁ ନିଜର ଦାବିଦାରୀ ଉପସ୍ଥାପନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *