• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଭଦ୍ରକରେ ଖୋଲିଲା ଅରୁନ୍ଧତୀ ଜୁଏଲର୍ସର ନୂଆ ଷ୍ଟୋର, ଗ୍ରାହକଙ୍କ ପାଇଁ ମେଗା ଅଫର ଘୋଷଣା

Byodishri Live

Sep 23, 2026

ଭଦ୍ରକ (ଓଡ଼ିଶ୍ରୀ ସମ୍ବାଦ): ଭଦ୍ରକ ଛପୁଲିଆ ବାଇପାସ ନିକଟରେ ଅରୁନ୍ଧତୀ ଜୁଏଲର୍ସର ନୂଆ ଶୋ’ରୁମ ଉଦ୍‌ଘାଟିତ ହୋଇଛି। ପ୍ରାୟ ୫ ହଜାର ବର୍ଗଫୁଟ ଅଞ୍ଚଳରେ ଦୁଇ ମହଲା ବିଶିଷ୍ଟ ଏହି ଶୋ’ରୁମକୁ ଗ୍ରାହକଙ୍କ ବିଭିନ୍ନ ରୁଚିକୁ ଧ୍ୟାନରେ ରଖି ଆଧୁନିକ ଢଙ୍ଗରେ ଡିଜାଇନ କରାଯାଇଛି। ଏଠାରେ ୧୦ ହଜାରରୁ ଊର୍ଦ୍ଧ୍ୱ ଡିଜାଇନର ଗହଣା ଉପଲବ୍ଧ ରହିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

ଏନେଇ ଅରୁନ୍ଧତୀ ଜୁଏଲର୍ସର ପ୍ରତିଷ୍ଠାତା ବ୍ରହ୍ମାନନ୍ଦ ମେହେର କହିଛନ୍ତି ଯେ, ୨୭ ବର୍ଷର ଗ୍ରାହକଙ୍କ ଭରସା ଓ ବିଶ୍ୱାସକୁ ଆଧାର କରି ଭଦ୍ରକରେ ନୂଆ ଶୋ’ରୁମ ଆରମ୍ଭ କରାଯାଇଛି। ଭଦ୍ରକରେ ଅରୁନ୍ଧତୀ ଜୁଏଲର୍ସର ଏହି ନୂଆ ପ୍ରତିଷ୍ଠାନ ମାଧ୍ୟମରେ ଗ୍ରାହକଙ୍କୁ ଆଧୁନିକ ଡିଜାଇନ ଓ ବିଭିନ୍ନ ପ୍ରକାରର ଅଳଙ୍କାର ଯୋଗାଇବା ସହ ରୋଜଗାରର ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟ ରହିଥିବା ସେ କହିଛନ୍ତି।

କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଶୋ’ରୁମରେ HUID ହଲମାର୍କ ଯୁକ୍ତ ସୁନା ଓ ହୀରା ଅଳଙ୍କାର ସହ ନୂଆ ଡିଜାଇନ ଏବଂ ବ୍ରାଇଡାଲ କଲେକ୍ସନର ବିଭିନ୍ନ ସମ୍ଭାର ଉପଲବ୍ଧ ରହିବ। ଏହା ସହ ଗ୍ରାହକଙ୍କ ପାଇଁ ‘ଗୋଲ୍ଡ ସାଭିଙ୍ଗ୍ସ’ ଓ ‘ଗୋଲ୍ଡ ପ୍ଲସ’ ଭଳି ଯୋଜନାର ସୁବିଧା ମଧ୍ୟ ରହିବ ବୋଲି କୁହାଯାଇଛି।

ଏହି ଅବସରରେ ଅରୁନ୍ଧତୀ ଜୁଏଲର୍ସର ବ୍ରାଣ୍ଡ ଆମ୍ବାସଡର ତଥା ଓଲିଉଡ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଓ ଶିବାନୀ ସଙ୍ଗୀତା ଯୋଗଦେବେ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।

ଭଦ୍ରକବାସୀଙ୍କ ପାଇଁ ଶୋ’ରୁମ ଶୁଭାରମ୍ଭ ଅବସରରେ ଅରୁନ୍ଧତୀ ଜୁଏଲର୍ସ ପକ୍ଷରୁ ସ୍ୱତନ୍ତ୍ର ‘ଲାଭ ଉତ୍ସବ’ ଘୋଷଣା କରାଯାଇଛି। ଏଥିରେ ପ୍ଲାଟିନମ, ହୀରା ଓ ରୁପା ଗହଣାର ମଜୁରୀ ଉପରେ ୫୦ ପ୍ରତିଶତ ରିହାତି, ମନପସନ୍ଦ ଅଳଙ୍କାର କ୍ରୟ ସହ ୮୦ ଗ୍ରାମ ରୁପା ମାଗଣା ପାଇବାର ସୁଯୋଗ ଏବଂ ବିଜେତାଙ୍କ ପାଇଁ ‘ଲକ୍ଷପତି’ ହେବାର ସୁଯୋଗ ରହିଥିବା କମ୍ପାନୀ ପକ୍ଷରୁ କୁହାଯାଇଛି।

ଏହା ବ୍ୟତୀତ ପ୍ରତ୍ୟେକ ଅଳଙ୍କାର କ୍ରୟ ଉପରେ ଆକର୍ଷଣୀୟ ଉପହାର ମିଳିବ ବୋଲି ଅରୁନ୍ଧତୀ ଜୁଏଲର୍ସ ପକ୍ଷରୁ ଘୋଷଣା କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *