• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ମାଲକାନଗିରିକୁ ରେଡ୍ ଆଲର୍ଟ, ବନ୍ୟପ୍ରାଣୀ ସୁରକ୍ଷାରେ ବନ ବିଭାଗ ସଜାଗ

Byodishri Live

Sep 24, 2026

ମାଲକାନଗିରି (ଓଡ଼ିଶ୍ରୀ ସମ୍ବାଦ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତର ପ୍ରଭାବରେ ମାଲକାନଗିରି ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି ହୋଇଥିବା ବେଳେ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ବିଶେଷ ପ୍ରସ୍ତୁତି କରାଯାଇଛି। ଜିଲ୍ଲାର ସମସ୍ତ ଫିଲ୍ଡ ଷ୍ଟାଫଙ୍କୁ କ୍ଷେତ୍ରରେ ରହି ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ମାଲକାନଗିରି ଜିଲ୍ଲା ଜଙ୍ଗଲ ଅଧ୍ୟୁଷିତ ହୋଇଥିବାରୁ ବାତ୍ୟା ଓ ପ୍ରବଳ ବର୍ଷା ସମୟରେ ବନ୍ୟପ୍ରାଣୀଙ୍କ ସୁରକ୍ଷା ନେଇ ବନ ବିଭାଗ ପକ୍ଷରୁ ପ୍ରସ୍ତୁତି ନିଆଯାଇଛି। ଜଙ୍ଗଲରେ ଗଛ ଭାଙ୍ଗି ବନ୍ୟପ୍ରାଣୀ ଆହତ ହେବା କିମ୍ବା ଅନ୍ୟ କୌଣସି ସମସ୍ୟା ଉପୁଜିଲେ ତୁରନ୍ତ ଉଦ୍ଧାର ପାଇଁ ବନ୍ୟପ୍ରାଣୀ ଉଦ୍ଧାର ଟିମ୍‌କୁ ପ୍ରସ୍ତୁତ ରଖାଯାଇଛି।

ଏନେଇ ବନ ବିଭାଗ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଛି। ବନ ବିଭାଗ କର୍ମଚାରୀଙ୍କ ସହ ଫାୟାର ସର୍ଭିସ୍ ଏବଂ ଓଡ୍ରାଫ୍‌ (ODRAF) ଟିମ୍‌କୁ ମଧ୍ୟ ଆବଶ୍ୟକ ସ୍ଥଳରେ ନିୟୋଜିତ କରାଯିବ ବୋଲି ମାଲକାନଗିରି DFO ଶ୍ରୀ ସାଇ କିରଣ ଡିଏନ୍ ସୂଚନା ଦେଇଛନ୍ତି।

ବନ୍ୟପ୍ରାଣୀଙ୍କ ସୁରକ୍ଷା ସହ ଜିଲ୍ଲାରେ ଯେକୌଣସି ଆପତ୍‌କାଳୀନ ପରିସ୍ଥିତିର ମୁକାବିଲା ପାଇଁ ବନ ବିଭାଗ ଓ ଜିଲ୍ଲା ପ୍ରଶାସନ ସମନ୍ୱୟରେ ପ୍ରସ୍ତୁତ ରହିଥିବା କୁହାଯାଇଛି।

Spread the love

Leave a Reply

Your email address will not be published. Required fields are marked *