• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ମୁରିବାହାଲରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ପରୀକ୍ଷା ଅନୁଷ୍ଠିତ

Byodishri Live

Sep 24, 2026

ମୁରିବାହାଲ: ମୁରିବାହାଲ ବ୍ଲକରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ଶାନ୍ତନୁ ପଢ଼ିହାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ପରୀକ୍ଷା ଆୟୋଜିତ ହୋଇଥିଲା।

ପରୀକ୍ଷା ପରିଚାଳନାରେ ଏବିଇଓ କୋଦଣ୍ଡଧର ଭୋଇ ଓ କାନ୍ତାରାମ ଧରୁଆଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷକ-ଶିକ୍ଷୟିତ୍ରୀ, ସ୍ୱେଚ୍ଛାସେବୀ ଓ ଉଲ୍ଲାସ କର୍ମୀମାନେ ସହଯୋଗ କରିଥିଲେ।

ପରୀକ୍ଷାକୁ ସୁଚାରୁ ରୂପେ ସମ୍ପନ୍ନ କରିବା ପାଇଁ ସମସ୍ତେ ନିଜ ନିଜ ଦାୟିତ୍ୱ ତୁଲାଇଥିଲେ।

Spread the love

Leave a Reply

Your email address will not be published. Required fields are marked *