• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଚାଉଳ ପାଇଁ ବିଡିଓ ଓ ଚେୟାରମ୍ୟାନ୍‌ଙ୍କ ଦ୍ୱାରସ୍ଥ ହେଲେ ଖରାଳି ଓ ଚିକିନିବାହାଳି ଗ୍ରାମବାସୀ

Byodishri Live

Sep 24, 2026

ମୁରିବାହାଲ: ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ମାଲିସିରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖରାଳି ଓ ଚିକିନିବାହାଳି ଗ୍ରାମବାସୀ ଦୀର୍ଘ ୪ ମାସ ଧରି ଚାଉଳ ନ ପାଇବା ଅଭିଯୋଗ କରିଛନ୍ତି। ଏନେଇ ଗ୍ରାମବାସୀ ବ୍ଲକ କାର୍ଯ୍ୟାଳୟକୁ ଆସି ବିଡିଓ ବାସନ୍ତୀ ସେଠୀ ଓ ଚେୟାରମ୍ୟାନ୍‌ ହରିବନ୍ଧୁ ମେହେରଙ୍କୁ ଭେଟି ଅଭିଯୋଗ ଜଣାଇଥିଲେ।

ଗ୍ରାମବାସୀଙ୍କ ଅଭିଯୋଗ ଶୁଣିବା ପରେ ବିଡିଓ ଓ ଚେୟାରମ୍ୟାନ୍‌ ଯୋଗାଣ ବିଭାଗକୁ ତୁରନ୍ତ ଚାଉଳ ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।

ଏହାପରେ ୨୩ ତାରିଖରେ ଯୋଗାଣ ବିଭାଗ ପକ୍ଷରୁ କିଛି ହିତାଧିକାରୀଙ୍କୁ ଚାଉଳ ବଣ୍ଟନ କରାଯାଇଥିଲା। ତେବେ ପରେ ଚାଉଳ ସରିଯାଇଥିବା ସୂଚନା ମିଳିଥିବାରୁ ଅନ୍ୟ ହିତାଧିକାରୀଙ୍କୁ ଚାଉଳ କେବେ ମିଳିବ, ତାହାକୁ ନେଇ ପ୍ରଶ୍ନ ଉଠିଛି।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଆସନ୍ତାକାଲି ଚାଉଳ ଆଣି ଯୋଗାଇଦିଆଯିବ ବୋଲି ଯୋଗାଣ ବିଭାଗ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି। ତେବେ ଦୀର୍ଘଦିନ ଧରି ଚାଉଳ ପାଇନଥିବା ହିତାଧିକାରୀମାନେ ଶୀଘ୍ର ସମସ୍ତଙ୍କୁ ଚାଉଳ ଯୋଗାଇଦେବାକୁ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *