• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ସରକାରୀ ଆବାସ ମିଳିନଥିବା ଅଭିଯୋଗ, ଭଙ୍ଗା ଘରେ ଦୁର୍ଦ୍ଦଶାରେ ୧୦ ଜଣ

Byodishri Live

Sep 24, 2026

ଜୟପାଟଣା (ଓଡ଼ିଶ୍ରୀ ସମ୍ବାଦ): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ପାଇକେନ୍ଦୁମୁଣ୍ଡି ପଞ୍ଚାୟତ ଅନ୍ତର୍ଗତ କରଞ୍ଜିଗୁଡ଼ା ଗ୍ରାମରେ ଲଗାଣ ବର୍ଷା ଯୋଗୁଁ ଦୁଇଟି ପରିବାରର ଘର ଭୁଶୁଡ଼ି ପଡ଼ିଥିବା ଅଭିଯୋଗ ହୋଇଛି। ଘର ଭୁଶୁଡ଼ିବା ପରେ ଅଖୟ ଦୁର୍ଗା ଓ ଭାଗ୍ୟବାନ ଦୁର୍ଗାଙ୍କ ପରିବାରର ମୋଟ ୧୦ ଜଣ ସଦସ୍ୟ ଅସୁବିଧାରେ ପଡ଼ିଛନ୍ତି।

ପରିବାର ପକ୍ଷରୁ ଅଭିଯୋଗ ହୋଇଛି ଯେ, ସେମାନଙ୍କୁ ଏପର୍ଯ୍ୟନ୍ତ ସରକାରୀ ଆବାସ ଯୋଜନାରେ ଘର ମିଳିନାହିଁ। ଫଳରେ ନିଜ କଷ୍ଟାର୍ଜିତ ଅର୍ଥରେ ନିର୍ମାଣ କରିଥିବା ଘର ହିଁ ସେମାନଙ୍କ ଏକମାତ୍ର ଆଶ୍ରୟ ଥିଲା। ତେବେ ଲଗାଣ ବର୍ଷାରେ ଘର ଦୁର୍ବଳ ହୋଇ ହଠାତ୍ ଭୁଶୁଡ଼ି ପଡ଼ିବାରୁ ଏବେ ଦୁଇ ପରିବାର ଆଶ୍ରୟ ପାଇଁ ଚିନ୍ତାରେ ଅଛନ୍ତି।

ଘର ଭୁଶୁଡ଼ିବା ଯୋଗୁଁ ପରିବାରର ମୁଣ୍ଡ ଉପରୁ ଛାତ ହଟିଯାଇଥିବା ବେଳେ ବର୍ଷା ଦିନରେ ସେମାନଙ୍କ ଦୁର୍ଦ୍ଦଶା ବଢ଼ିଯାଇଛି। ଏଭଳି ସ୍ଥିତିରେ ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ କରି କ୍ଷୟକ୍ଷତିର ଆକଳନ କରିବା ସହ ତୁରନ୍ତ ସହାୟତା ଏବଂ ସରକାରୀ ଆବାସ ଯୋଗାଇଦେବାକୁ ପରିବାର ପକ୍ଷରୁ ଦାବି କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *