• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଜଟାଧାରୀ ଆଶ୍ରମର ୭୨ତମ ପ୍ରତିଷ୍ଠା ଦିବସ ଓ ସୁନିଆ ପର୍ବ ପାଳିତ

Byodishri Live

Sep 24, 2026

ମାହାଙ୍ଗା (ଓଡ଼ିଶ୍ରୀ ସମ୍ବାଦ): ମାହାଙ୍ଗା ବ୍ଲକ ଭେଡା ପଞ୍ଚାୟତ ଅନ୍ତର୍ଗତ ରାମକୃଷ୍ଣପୁର ଗ୍ରାମର ପୁଣ୍ୟତୋୟା ବିରୂପା ନଦୀ କୂଳରେ ଅବସ୍ଥିତ ପୁରାଣ ପ୍ରସିଦ୍ଧ ଜଟାଧାରୀ ଆଶ୍ରମର ୭୨ତମ ପ୍ରତିଷ୍ଠା ଦିବସ ଓ ସୁନିଆ ପର୍ବ ଦିବସବ୍ୟାପୀ ଆଧ୍ୟାତ୍ମିକ ପରିବେଶରେ ପାଳିତ ହୋଇଯାଇଛି।

ପୁରାଣ ପ୍ରସିଦ୍ଧ ଠାକୁର ଆତ୍ମାରାମ ଦେବଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ଆଶ୍ରମରେ ଅଧ୍ୟକ୍ଷ ମହନ୍ତ ରାମପ୍ରସାଦ ଦାସଙ୍କ ପୌରୋହିତ୍ୟରେ ବିଭିନ୍ନ ପୂଜାବିଧି ଅନୁଷ୍ଠିତ ହୋଇଥିଲା। ଜ୍ୟୋତିଷ ବିଶ୍ୱନାଥ ନାୟକ ନୂତନ ଅଙ୍କ ପ୍ରଚଳନ କରିବା ପରେ ଆଶ୍ରମର ବେଦ ବିଦ୍ୟାର୍ଥୀମାନେ ବେଦପାଠ କରିଥିଲେ। ଏଥିସହ ଠାକୁର ଆତ୍ମାରାମ ଦେବଙ୍କ ରଚିତ ଭଜନ ଓ ଜଣାଣ ପରିବେଷଣ କରାଯାଇଥିଲା।

ଏହି ଅବସରରେ ନିତ୍ୟାନନ୍ଦପୁର ଶାଖା ଆଶ୍ରମ, ଭୁବନେଶ୍ୱର ଶାଖା ଆଶ୍ରମ ସମେତ ବିଭିନ୍ନ ଶାଖା ଆଶ୍ରମର ଭକ୍ତ ଓ ବିଭିନ୍ନ ମଣ୍ଡଳର ପ୍ରତିନିଧିମାନେ ଯୋଗଦେଇଥିଲେ।

ଆଶ୍ରମର ପରିଚାଳକ ଅଶୋକ କୁମାର ସାମଲଙ୍କ ପରିଚାଳନାରେ ଅନୁଷ୍ଠିତ ଉତ୍ସବରେ ଯଚିନ୍ଦ୍ର ମହାନ୍ତି, ଆଶ୍ରମ ମୁଖପତ୍ର ‘ବିରୂପାତୀର୍ଥ’ର ସମ୍ପାଦକ ବିଶ୍ୱେଶ୍ୱର ମହାନ୍ତି, ଡାକ୍ତର ସ୍ଥିତିପ୍ରଜ୍ଞା ଦଳବେହେରା, ନିକୁଞ୍ଜ ସ୍ୱାଇଁ, ଶଶିଭୂଷଣ ତିୱାରୀ, ପ୍ରଦୀପ୍ତ ଓଝା, ଧନେଶ୍ୱର ପ୍ରଧାନ, ଭୀମଚରଣ ବିଶ୍ୱାଳ, ନିମାଇଁ ଚରଣ ପ୍ରଧାନ, ଗୋବର୍ଦ୍ଧନ ବିଶ୍ୱାଳ, ଉମାକାନ୍ତ ସାମଲ ଓ ଉତ୍କଳ କେଶରୀ ମହାରଣା ପ୍ରମୁଖ ଯୋଗଦେଇ ଉତ୍ସବର ସଫଳତା ପାଇଁ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *