• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ସରକାରୀ ଜମିରେ ବେଆଇନ ଘର ନିର୍ମାଣ ଅଭିଯୋଗ, ଅଭିଯୋଗ ପରେ ବି ନିର୍ମାଣ ଜାରି

Byodishri Live

Sep 25, 2026

ବାଲିଆପାଳ (ଓଡ଼ିଶ୍ରୀ ଲାଇଭ୍): ସରକାରୀ ଜମି ଜବରଦଖଲ ଉଚ୍ଛେଦ ପାଇଁ ରାଜସ୍ୱ ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ନିର୍ଦ୍ଦେଶ ଦିଆଯାଉଥିବା ବେଳେ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକର ମାନ୍ଧାତା ବଜାର ଅଞ୍ଚଳରେ ସରକାରୀ ଜମିରେ ଘର ନିର୍ମାଣ ନେଇ ଅଭିଯୋଗ ଉଠିଛି। ଏନେଇ ଅଭିଯୋଗ ହୋଇଥିଲେ ମଧ୍ୟ ନିର୍ମାଣ କାମ ଜାରି ରହିଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ମାନ୍ଧାତା ବଜାରରେ ସରକାରୀ ଜମିରେ ଘର ନିର୍ମାଣ କରାଯାଉଥିବା ନେଇ ସ୍ଥାନୀୟ ଅଞ୍ଚଳରୁ ରାଜସ୍ୱ ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରାଯାଇଛି। ତେବେ ଅଭିଯୋଗ ପରେ ମଧ୍ୟ ସେଠାରେ ନିର୍ମାଣ କାମ ବନ୍ଦ ହୋଇନଥିବା ଅଭିଯୋଗ ହୋଇଛି।

ଅଭିଯୋଗ ପରେ ପ୍ରଶାସନ ପକ୍ଷରୁ ଏହି ଘଟଣାର ଯାଞ୍ଚ କିମ୍ବା ତଦନ୍ତ କରାଯାଇଛି କି ନାହିଁ, ଯଦି କରାଯାଇଛି ତେବେ ନିର୍ମାଣ କାମ କିପରି ଜାରି ରହିଛି—ତାହାକୁ ନେଇ ସ୍ଥାନୀୟ ମହଲରେ ପ୍ରଶ୍ନ ଉଠିଛି।

ସରକାରୀ ଜମିର ସ୍ଥିତି ଯାଞ୍ଚ କରି ଯଦି ଜବରଦଖଲ ହୋଇଥିବା ପ୍ରମାଣିତ ହୁଏ, ତେବେ ନିୟମ ଅନୁଯାୟୀ ପଦକ୍ଷେପ ନେବା ସହ ନିର୍ମାଣ କାମ ଉପରେ ରୋକ ଲଗାଇବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ତେବେ ଏହି ଅଭିଯୋଗ ଉପରେ ପ୍ରଶାସନ କି ପଦକ୍ଷେପ ନେଉଛି ଏବଂ ସରକାରୀ ଜମି ଜବରଦଖଲ ହୋଇଥିଲେ ତାହା କେବେ ଉଚ୍ଛେଦ ହେଉଛି, ତାହା ଉପରେ ଏବେ ନଜର ରହିଛି।

Spread the love

Leave a Reply

Your email address will not be published. Required fields are marked *