• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ବାତ୍ୟା ଅର୍ଣ୍ଣଭ ପ୍ରଭାବରେ ଭିତରପଣ୍ଡୀରେ ବନ୍ୟା ପରିସ୍ଥିତି, ଉଦ୍ଧାର କାର୍ଯ୍ୟରେ ଦମକଳ ବିଭାଗ

Byodishri Live

Sep 25, 2026

ଜୟପାଟଣା (ଓଡ଼ିଶ୍ରୀ ସମ୍ବାଦ): ବାତ୍ୟା ଅର୍ଣ୍ଣଭ ପ୍ରଭାବରେ ଜୟପାଟଣା ବ୍ଲକର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଲାଗିରହିଛି। ଲଗାଣ ବର୍ଷା ଯୋଗୁଁ ଭିତରପଣ୍ଡୀ ଗ୍ରାମରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଜଳସ୍ତର ବୃଦ୍ଧି ପାଇଛି। ଫଳରେ ଅନେକ ସ୍ଥାନରେ ପାଣି ଜମି ଯାତାୟାତ ବାଧାପ୍ରାପ୍ତ ହୋଇଛି।

ପାଣି ଘେରରେ ଫସିଥିବା ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର ପାଇଁ ଜୟପାଟଣା ଦମକଳ ବିଭାଗର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି। ଆବଶ୍ୟକ ସ୍ଥାନରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ଯୋଗୁଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଥିବା ବେଳେ ବିପଦ ସମୟରେ ଦମକଳ ବିଭାଗର ତତ୍ପରତା ଯୋଗୁଁ ଲୋକଙ୍କୁ ଆଶ୍ୱସ୍ତି ମିଳିଛି।

Spread the love

Leave a Reply

Your email address will not be published. Required fields are marked *