• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଛାତ୍ର ସଂସଦ ନିର୍ବାଚନ: ପ୍ରାର୍ଥୀ ଚୟନକୁ ନେଇ ଅଡୁଆରେ ତିନି ଦଳ

Byodishri Live

Oct 9, 2026

ବରୀ, (ଓଡ଼ିଶ୍ରୀ ସମ୍ବାଦ): ବରୀ ଅଞ୍ଚଳରେ ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ବିଶେଷକରି ପ୍ରାର୍ଥୀ ଚୟନକୁ ନେଇ ବିଜେପି, ବିଜେଡି ଓ କଂଗ୍ରେସ ଦଳ ଅଡୁଆରେ ପଡ଼ିଥିବା ଆଲୋଚନା ହେଉଛି।

ବରୀ ଅଞ୍ଚଳରେ ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟ, ସନ୍ଥନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଅଭିମନ୍ୟୁ ସାମନ୍ତସିଂହାର ମହାବିଦ୍ୟାଳୟ ଓ କାଦମ୍ବିନୀପାଳ ମହାବିଦ୍ୟାଳୟ ରହିଛି। ତେବେ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, କେବଳ ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଥିବାବେଳେ ଚଳିତ ମାସ ୧୫ ତାରିଖକୁ ନିର୍ବାଚନ ଦିବସ ଭାବେ ଧାର୍ଯ୍ୟ କରାଯାଇଛି।

ନିର୍ବାଚନ ପାଇଁ ସମୟ କମ୍‌ ଥିବାରୁ ନିଜ ନିଜ ସମର୍ଥିତ ପ୍ରାର୍ଥୀ ଚୟନ କରିବାକୁ ଛାତ୍ର ବିଜେଡି, ଛାତ୍ର କଂଗ୍ରେସ ଓ ଏବିଭିପି ପକ୍ଷରୁ ଆଲୋଚନା ଓ ବିଚାରବିମର୍ଶ ଚାଲିଥିବା ସୂଚନା ମିଳିଛି। କେଉଁ ପଦବୀ ପାଇଁ କାହାକୁ ପ୍ରାର୍ଥୀ କରାଯିବ, ସେନେଇ ଛାତ୍ର ସଂଗଠନଗୁଡ଼ିକ ମଧ୍ୟରେ ମାନସମନ୍ଥନ ଚାଲିଛି।

ଅନ୍ୟପକ୍ଷରେ, ଛାତ୍ର ସଂସଦ ନିର୍ବାଚନରେ ସିଧାସଳଖ ରାଜନୈତିକ ହସ୍ତକ୍ଷେପ ଉପରେ ସରକାର ଅଙ୍କୁଶ ଲଗାଇଥିବାରୁ ବିଭିନ୍ନ ଦଳର ନେତାମାନେ ପରୋକ୍ଷରେ ନିଜ ସମର୍ଥିତ ପ୍ରାର୍ଥୀଙ୍କୁ ସହଯୋଗ କରିବାକୁ ଉଦ୍ୟମ କରୁଥିବା ନେଇ ଚର୍ଚ୍ଚା ହେଉଛି।

ବରୀ ଅଞ୍ଚଳର ଏହି ପୁରାତନ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନରେ ବିଭିନ୍ନ ପଦବୀରେ ନିଜ ସମର୍ଥିତ ପ୍ରାର୍ଥୀଙ୍କୁ ବିଜୟୀ କରାଇବା ତିନି ପ୍ରମୁଖ ରାଜନୈତିକ ଦଳ ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବା ନେଇ ସ୍ଥାନୀୟ ମହଲରେ ଆଲୋଚନା ଚାଲିଛି। ତେବେ ନିର୍ବାଚନରେ କେଉଁ ଛାତ୍ର ସଂଗଠନ କିପରି ପ୍ରାର୍ଥୀ ଚୟନ କରୁଛି ଏବଂ ଛାତ୍ରଛାତ୍ରୀଙ୍କ ସମର୍ଥନ କାହା ସପକ୍ଷରେ ଯାଉଛି, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।

Spread the love

Leave a Reply

Your email address will not be published. Required fields are marked *