• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଉଦଳାରେ ନବନିର୍ମାଣ ମହିଳା ସଂଗଠନର ‘ପରିବାର ବଞ୍ଚାଅ’ ଅଭିଯାନ: ସମ୍ପୂର୍ଣ୍ଣ ମଦବନ୍ଦ ଦାବିରେ ରାଲି

Byodishri Live

Nov 6, 2026

ଶତାଧିକ ମହିଳାଙ୍କ ଅଂଶଗ୍ରହଣ; ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଉଦଳା, (ଓଡ଼ିଶ୍ରୀ ସମ୍ବାଦ): ରାଜ୍ୟରେ ସମ୍ପୂର୍ଣ୍ଣ ମଦବନ୍ଦ ଲାଗୁ କରିବା ସହ ନିଶାମୁକ୍ତ ଓଡ଼ିଶା ଗଠନ ଦାବିରେ ନବନିର୍ମାଣ ମହିଳା ସଂଗଠନ ପକ୍ଷରୁ ଉଦଳାରେ ‘ପରିବାର ବଞ୍ଚାଅ’ ଅଭିଯାନ ଆୟୋଜିତ ହୋଇଛି। ଏହି ଅଭିଯାନରେ ଶତାଧିକ ମହିଳା ସାମିଲ ହୋଇ ଉଦଳା କୃଷକ ବଜାରରୁ ଏକ ରାଲିରେ ବାହାରିଥିଲେ। ପରେ ଉଦଳା ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ମଦବନ୍ଦ ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।

ସଂଗଠନ ପକ୍ଷରୁ କୁହାଯାଇଛି ଯେ, ନିର୍ବାଚନ ପୂର୍ବରୁ ସମ୍ପୂର୍ଣ୍ଣ ମଦବନ୍ଦ ନେଇ ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ଏଯାଏଁ ଏ ଦିଗରେ ଆଶାନୁରୂପ ପଦକ୍ଷେପ ନିଆଯାଇନାହିଁ। ମଦ୍ୟପାନ ଯୋଗୁଁ ପରିବାରରେ କଳହ, ଚୋରି, ଆତ୍ମହତ୍ୟା ଓ ହତ୍ୟା ଭଳି ଘଟଣା ଘଟୁଥିବା ସହ ଗାଁଠୁ ସହର ପର୍ଯ୍ୟନ୍ତ ଆଇନଶୃଙ୍ଖଳା ସ୍ଥିତି ପ୍ରଭାବିତ ହେଉଥିବା ନେଇ ସଂଗଠନ ଚିନ୍ତା ପ୍ରକାଶ କରିଛି।

ସରକାର ନିଜର ପ୍ରତିଶ୍ରୁତି ପୂରଣ କରି ରାଜ୍ୟରେ ସମ୍ପୂର୍ଣ୍ଣ ମଦବନ୍ଦ ଲାଗୁ କରିବା ସହ ପରିବାର ବ୍ୟବସ୍ଥା ଓ ଓଡ଼ିଶାର ଅସ୍ମିତାର ସୁରକ୍ଷା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି।

ଏଥିସହ ଉଦଳା ଭଳି ସହରରେ ଶୀତଳଭଣ୍ଡାର ନଥିବା ପ୍ରସଙ୍ଗ ମଧ୍ୟ ଉଠାଇଛି ନବନିର୍ମାଣ କୃଷକ ଓ ମହିଳା ସଂଗଠନ। ଚାଷୀଙ୍କ ଉତ୍ପାଦ ସଂରକ୍ଷଣ ପାଇଁ ଉଦଳାରେ ଶୀତଳଭଣ୍ଡାର ସ୍ଥାପନ କରିବାକୁ ମଧ୍ୟ ଦାବି ହୋଇଛି।

ଏହି ରାଲିରେ ରାଇମଣି ବିଶ୍ୱାଳ, ଚିନୁ ଦାଶ, ଶ୍ରୀମତୀ ଖଣ୍ଡେଇ, ରୁନା ନାଏକ, ରଶ୍ମିତା ଖଣ୍ଡେଇ, କମଳା ଖଣ୍ଡେଇ, ଗୁରୁବାରୀ ନାଏକ ଓ ମୋହନ ମାରାଣ୍ଡିଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *