କନ୍ଧମାଳ (ଓଡ଼ିଶ୍ରୀ ସମ୍ବାଦ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ୧୨ ନମ୍ବର ଜୋନ୍ ଅଧୀନ ୧୨ଟି ପଞ୍ଚାୟତର ସଭାପତିମାନଙ୍କୁ ନେଇ କାଶିନୀପଦର ଗ୍ରାମ ପଞ୍ଚାୟତ ଅଧୀନ ଶାସିପଦର ଗ୍ରାମରେ କଂଗ୍ରେସ କମିଟି ପକ୍ଷରୁ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଛି।
ବୈଠକରେ ଜିଲ୍ଲା କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଦିଗାଲ, ଫିରିଙ୍ଗିଆ ବ୍ଲକ କଂଗ୍ରେସ କମିଟି ସଭାପତି କୃପାସିନ୍ଧୁ ବିଶୋଇ, ବ୍ଲକ କଂଗ୍ରେସ ଉପସଭାପତି ଚକ୍ରପତି ଦିଗାଲ, କାଶିନୀପଦର ପଞ୍ଚାୟତ ସଭାପତି କେଶବ ଦିଗାଲ, ବାଳକୃଷ୍ଣ ଦିଗାଲ, ଡିଣ୍ଡିରାଗାଁ ପଞ୍ଚାୟତ ସଭାପତି କେଶବ କହଁର, ମହିଳା କଂଗ୍ରେସ ସଭାନେତ୍ରୀ ବିଷ୍ଣୁପ୍ରିୟା କହଁର, ୧୨ ନମ୍ବର ଜୋନ୍ ସଭାପତି ଭୀମସେନ କହଁର ଓ ସାଧାରଣ ସମ୍ପାଦକ ମୃତ୍ୟୁଞ୍ଜୟ ଦିଗାଲ ପ୍ରମୁଖ ଉପସ୍ଥିତ ଥିଲେ।
ଏହାସହ କ୍ରାଣ୍ଡିବାଲି ପଞ୍ଚାୟତ ସଭାପତି ଲିଙ୍ଗରାଜ କହଁର, ସନ୍ତୋଷ କହଁର, କୋଇରିମାଣ୍ଡୁ ପଞ୍ଚାୟତ ସଭାପତି ସକିତ୍ତନ ଦିଗାଲ, ଜିଲ୍ଲା କଂଗ୍ରେସ ଶ୍ରମିକ ସଂଗଠନର ସାଧାରଣ ସମ୍ପାଦକ ଗୋବିନ୍ଦ ଦିଗାଲଙ୍କ ସମେତ ବିଭିନ୍ନ ଗ୍ରାମାଞ୍ଚଳରୁ ଆସିଥିବା କଂଗ୍ରେସ କର୍ମୀ ଓ ସମର୍ଥକମାନେ ଯୋଗଦେଇଥିଲେ।
ବୈଠକରେ ଆଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ ସାଙ୍ଗଠନିକ କାର୍ଯ୍ୟକ୍ରମ, ପଞ୍ଚାୟତସ୍ତରରେ ଦଳୀୟ କାର୍ଯ୍ୟକଳାପକୁ ସୁଦୃଢ଼ କରିବା ଏବଂ ଆଗାମୀ ଦିନରେ କଂଗ୍ରେସ ପକ୍ଷରୁ କିଭଳି ଭାବେ କାର୍ଯ୍ୟ କରାଯିବ, ସେନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି।
