ଜୟପାଟଣା (ଓଡ଼ିଶ୍ରୀ ସମ୍ବାଦ): କଳାହାଣ୍ଡି ଜିଲ୍ଲା ଜୟପାଟଣାରେ ବାତ୍ୟା ‘ଅର୍ଣ୍ଣଭ’କୁ ନେଇ ଅଗ୍ନିଶମ ବିଭାଗ ସଜାଗ ହୋଇଛି। ଯେକୌଣସି ଜରୁରୀ ପରିସ୍ଥିତିରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ପାଇଁ ଦମକଳ ଗାଡ଼ି ଓ ଆବଶ୍ୟକ ଉପକରଣ ସହ ଅଗ୍ନିଶମ ଟିମ୍ ପ୍ରସ୍ତୁତ ରହିଛି।
ବାତ୍ୟା ‘ଅର୍ଣ୍ଣଭ’ର ସମ୍ଭାବ୍ୟ ପ୍ରଭାବକୁ ନଜରରେ ରଖି ଜୟପାଟଣା ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ପ୍ରବଳ ବର୍ଷା ଓ ଝଡ଼ ପବନ ଯୋଗୁଁ ଗଛ ଉପୁଡ଼ିବା, ରାସ୍ତା ଅବରୋଧ କିମ୍ବା ଅନ୍ୟ କୌଣସି ଜରୁରୀ ପରିସ୍ଥିତି ଉପୁଜିଲେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଓ ଜରୁରୀ ସେବା ଯୋଗାଇବାକୁ ଟିମ୍ ପ୍ରସ୍ତୁତ ରହିଛି।
ଦମକଳ ଗାଡ଼ି ସହ ଉଦ୍ଧାର ସାମଗ୍ରୀ ଓ ଆବଶ୍ୟକ ଯନ୍ତ୍ରପାତି ମଧ୍ୟ ପ୍ରସ୍ତୁତ ରଖାଯାଇଛି। ବାତ୍ୟା ସମୟରେ ଲୋକଙ୍କୁ ସତର୍କ ରହିବା ସହ ପ୍ରଶାସନର ନିର୍ଦ୍ଦେଶ ମାନିବାକୁ ଅଗ୍ନିଶମ ବିଭାଗ ପକ୍ଷରୁ ଆହ୍ୱାନ କରାଯାଇଛି।
ବାତ୍ୟାର ମୁକାବିଲା ପାଇଁ ଜୟପାଟଣା ଅଗ୍ନିଶମ ବିଭାଗର ଏହି ପ୍ରସ୍ତୁତି ଜରୁରୀ ସମୟରେ ଲୋକଙ୍କୁ ତ୍ୱରିତ ସହାୟତା ଯୋଗାଇବାରେ ସହାୟକ ହେବ।
