• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ବାବେଜୁରୀ ଓ ଖରାଳି ଗାଁରେ ଗଜରାଜଙ୍କ ଉପଦ୍ରବ, ଭାଙ୍ଗିଲେ ଘର, ନଷ୍ଟ କଲେ ଫସଲ

Byodishri Live

Sep 28, 2026

ମୁରିବାହାଲ (ଓଡ଼ିଶ୍ରୀ ସମ୍ବାଦ): ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକର ବାବେଜୁରୀ ଓ ଖରାଳି ଗାଁରେ ବଣୁଆ ହାତୀପଲଙ୍କ ଉପଦ୍ରବ ଯୋଗୁଁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ହାତୀପଲ ଘର ଭାଙ୍ଗିବା ସହ ଧାନ ଓ କଦଳୀ ଫସଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି।

ବାବେଜୁରୀ ଗ୍ରାମର ପଦମନ ଧରୁଆଙ୍କ ଘର ହାତୀପଲ ଭାଙ୍ଗି ଦେଇଥିବା ସେ ଅଭିଯୋଗ କରିଛନ୍ତି। ଘର ଭାଙ୍ଗିଯିବାରୁ ତାଙ୍କ ପରିବାର ବାସହୀନ ହୋଇ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଜଣାପଡ଼ିଛି।

ସେହିପରି ମାଲିସିରା ଗ୍ରାମ ପଞ୍ଚାୟତ ଅଧୀନ ଖରାଳି ଗାଁର ହରିଦାସ ଧରୁଆଙ୍କ ଘର ମଧ୍ୟ ହାତୀପଲ ଭାଙ୍ଗି ଦେଇଥିବା ଅଭିଯୋଗ ରହିଛି। ଏଥିସହ ମଧୁ ଧରୁଆ, ପୀତବାସ ଧରୁଆ ଓ ଜୟଦେବ ମହାକୁରଙ୍କ ଧାନ ଓ କଦଳୀ ଫସଲ ହାତୀପଲ ନଷ୍ଟ କରିଥିବା ସୂଚନା ମିଳିଛି।

ହାତୀପଲଙ୍କ ଲଗାତାର ଉପଦ୍ରବ ଯୋଗୁଁ ଉଭୟ ଗାଁ ସମେତ ଆଖପାଖ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଭୟ ବଢ଼ିଛି। ହାତୀପଲଙ୍କ ଗତିବିଧି ଉପରେ ନଜର ରଖିବା ସହ କ୍ଷତିଗ୍ରସ୍ତ ପରିବାର ଓ ଚାଷୀଙ୍କୁ ଆବଶ୍ୟକ ସହାୟତା ଯୋଗାଇବାକୁ ଗ୍ରାମବାସୀ ଦାବି କରିଛନ୍ତି।

ହାତୀ ଉପଦ୍ରବ ରୋକିବା ସହ କ୍ଷୟକ୍ଷତିର ଆକଳନ କରି ତୁରନ୍ତ ପଦକ୍ଷେପ ନିଆନଗଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର କରାଯିବ ବୋଲି ବିଭିନ୍ନ ଗାଁର ଚାଷୀମାନେ ଚେତାବନୀ ଦେଇଥିବା ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *