ମୁରିବାହାଲ (ଓଡ଼ିଶ୍ରୀ ସମ୍ବାଦ): ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ୍ ଅନ୍ତର୍ଗତ ପତ୍ରାପାଲି (ଖ) ପଞ୍ଚାୟତର ନୂତନ ଭାବେ ନିର୍ମିତ ପଞ୍ଚାୟତ କାର୍ଯ୍ୟାଳୟ ଗୃହ ଉଦ୍ଘାଟିତ ହୋଇଛି। ପଞ୍ଚାୟତ ସରପଞ୍ଚ ଲବଣି ନାଗଙ୍କ ସଭାପତିତ୍ୱରେ ଉଦ୍ଘାଟନୀ ଉତ୍ସବ ଆୟୋଜିତ ହୋଇଥିଲା।
ଏହି ଉତ୍ସବରେ କଣ୍ଟାବାଞ୍ଜି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷ ହରିବନ୍ଧୁ ମେହେର, ବିଡିଓ ବାସନ୍ତୀ ସେଠୀ, ବ୍ଲକ୍ ଉପାଧ୍ୟକ୍ଷା ଯାଜ୍ଞସେନୀ ହାତୀ, ଏଇଇ ଅବିନାଶ ମୁଦି, ଜିପିଡିଓ ପ୍ରସନ୍ନ କୁମାର ନାଗ, ବିଧାୟକ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣା, ଏପିଓ ପ୍ରେମାନନ୍ଦ ମିଶ୍ର, ବିଏଏସ୍ଓ ରିଙ୍କୁ ମେହେର ଓ ନାଏବ ସରପଞ୍ଚ ପ୍ରଫୁଲ୍ଲ ନାଗ ଯୋଗଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ସମସ୍ତ ୱାର୍ଡ ସଭ୍ୟସଭ୍ୟା, ସମାଜସେବୀ ତୀର୍ଥ ହାତୀ, ସରପଞ୍ଚ ପ୍ରତିନିଧି ଜିତେନ୍ ନାଗଙ୍କ ସମେତ ପଞ୍ଚାୟତ ଅଞ୍ଚଳର ବହୁ ଜନସାଧାରଣ ଉପସ୍ଥିତ ଥିଲେ। ନୂତନ କାର୍ଯ୍ୟାଳୟ ଗୃହ ଦ୍ୱାରା ପଞ୍ଚାୟତବାସୀଙ୍କୁ ସରକାରୀ ସେବା ଓ ପ୍ରଶାସନିକ କାର୍ଯ୍ୟରେ ସୁବିଧା ମିଳିବ ବୋଲି ଆଶା ପ୍ରକାଶ ପାଇଛି।
