• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ପାଇଁ କନ୍ଧମାଳରେ ଶିବ ମାଲଭିଆ ନିୟୋଜିତ

Byodishri Live

Nov 3, 2026

ବାଲେଶ୍ୱର ଉପଜିଲ୍ଲାପାଳଙ୍କୁ ଅତିରିକ୍ତ ସ୍ୱତନ୍ତ୍ର ରିଲିଫ୍ କମିଶନର ଦାୟିତ୍ୱ; କ୍ଷୟକ୍ଷତି ଆକଳନ ଓ ସହାୟତା ବଣ୍ଟନରେ କରିବେ ସମନ୍ୱୟ

ବାଲିଗୁଡ଼ା, (ଓଡ଼ିଶ୍ରୀ ସମ୍ବାଦ): ବାତ୍ୟା ‘ଅର୍ଣ୍ଣବ’ ଓ ଏହା ପରବର୍ତ୍ତୀ ବନ୍ୟା ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସୃଷ୍ଟି ହୋଇଥିବା କ୍ଷୟକ୍ଷତି ଏବଂ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟକୁ ଗୁରୁତ୍ୱ ଦେଇଛନ୍ତି। ଏହି କ୍ରମରେ ବାଲେଶ୍ୱରର ଉପଜିଲ୍ଲାପାଳ ତଥା ଆଇଏଏସ୍ ଅଧିକାରୀ ଶିବ ମାଲଭିଆଙ୍କୁ କନ୍ଧମାଳ ଜିଲ୍ଲାରେ ନିୟୋଜିତ କରାଯାଇଛି।

ନଭେମ୍ବର ୩ ତାରିଖରେ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି। ଏହି ନିୟୋଜନ ଅବଧିରେ ଶ୍ରୀ ମାଲଭିଆ ଅତିରିକ୍ତ ସ୍ୱତନ୍ତ୍ର ରିଲିଫ୍ କମିଶନର ଭାବେ ଦାୟିତ୍ୱ ତୁଲାଇବେ। ସେ କନ୍ଧମାଳ ଜିଲ୍ଲାପାଳଙ୍କ ସହ ସମନ୍ୱୟ ରକ୍ଷା କରି ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟର ତଦାରଖ କରିବେ।

ନିର୍ଦ୍ଦେଶ ଅନୁଯାୟୀ, ବାତ୍ୟା ଓ ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ତୁରନ୍ତ ଆବଶ୍ୟକତା ଆକଳନ, ରିଲିଫ୍ ସାମଗ୍ରୀ ବଣ୍ଟନ, ଅଧିକାରୀଙ୍କ ନିୟୋଜନ ଏବଂ ପୁନରୁଦ୍ଧାର କାର୍ଯ୍ୟର ସମନ୍ୱୟ ତାଙ୍କ ଦାୟିତ୍ୱ ମଧ୍ୟରେ ରହିବ। ଏଥିସହ ରାସ୍ତାଘାଟ, ଯୋଗାଯୋଗ, ବିଦ୍ୟୁତ୍, ପାନୀୟ ଜଳ ଓ କୃଷି କ୍ଷେତ୍ରରେ ହୋଇଥିବା କ୍ଷୟକ୍ଷତିର ଆକଳନ ସହ ପ୍ରଭାବିତ ଲୋକଙ୍କ ନିକଟରେ ଆବଶ୍ୟକ ସହାୟତା ପହଞ୍ଚାଇବା ଦିଗରେ ସେ କାର୍ଯ୍ୟ କରିବେ।

ନିୟୋଜନ ନିର୍ଦ୍ଦେଶ ଅନୁଯାୟୀ, ତାଙ୍କୁ ତୁରନ୍ତ ବର୍ତ୍ତମାନର କାର୍ଯ୍ୟସ୍ଥଳରୁ କାର୍ଯ୍ୟମୁକ୍ତ କରି ନୂତନ ଦାୟିତ୍ୱରେ ଯୋଗଦେବାକୁ କୁହାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ ସେ କନ୍ଧମାଳ ଜିଲ୍ଲାରେ ନିଜ ନିର୍ଦ୍ଧାରିତ ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ। ଏହି ନିୟୋଜନ ସମ୍ପର୍କିତ ଯୋଗଦାନ ରିପୋର୍ଟ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟକୁ ପଠାଇବାକୁ ମଧ୍ୟ ନିର୍ଦ୍ଦେଶ ରହିଛି।

ବିପର୍ଯ୍ୟୟ ପରବର୍ତ୍ତୀ ସମୟରେ ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ନିୟୋଜନ ଦ୍ୱାରା କନ୍ଧମାଳ ଜିଲ୍ଲାରେ ରିଲିଫ୍ ବଣ୍ଟନ, କ୍ଷୟକ୍ଷତି ଆକଳନ ଓ ଜରୁରୀ ସେବାର ପୁନରୁଦ୍ଧାର କାର୍ଯ୍ୟ ଅଧିକ ସମନ୍ୱିତ ହେବା ଆଶା କରାଯାଉଛି।

Spread the love

Leave a Reply

Your email address will not be published. Required fields are marked *