• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

କଣ୍ଟିଗଡ଼ିଆରେ ଯୁବକମାନଙ୍କ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ

Byodishri Live

Sep 23, 2026

ଧର୍ମଶାଳା: ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କଣ୍ଟିଗଡ଼ିଆ ପଞ୍ଚାୟତର ଯୁବକମାନଙ୍କ ପକ୍ଷରୁ ରାଜ୍‌ ଭୋଗ ହୋଟେଲ ପରିସରରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଯୁବ ସମାଜସେବୀ ତଥା ସଂଗଠକ ଆଶୁତୋଷ ଜେନା, ଯଯାତି କେଶରୀ ରାୟ ଓ ସରୋଜ କୁମାର ଜେନାଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ହୋଇଥିଲା।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ୧୩ ନଂ ଜୋନ୍‌ ମଣ୍ଡଳ ସଭାପତି ଜିତେନ୍ଦ୍ର ରାଉତ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କଣ୍ଟିଗଡ଼ିଆ ପଞ୍ଚାୟତ ପ୍ରଭାରୀ ରବୀନ୍ଦ୍ର ବରାଳ ଓ ମଣ୍ଡଳ ଉପସଭାପତି ଗୋକୁଳାନନ୍ଦ ମହାପାତ୍ର ଉପସ୍ଥିତ ଥିଲେ।

ଏହି ଅବସରରେ ଅତିଥିମାନେ କଣ୍ଟିଗଡ଼ିଆ ପଞ୍ଚାୟତର ଯୁବଶକ୍ତିର ବିକାଶ ଓ ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ ପ୍ରସଙ୍ଗ ନେଇ ଆଲୋଚନା କରିଥିଲେ। ବିଧାୟକ ହିମାଂଶୁ ଶେଖର ସାହୁ ପଞ୍ଚାୟତର ବିକାଶମୂଳକ କାର୍ଯ୍ୟ ପାଇଁ ସବୁବେଳେ ଆଗଭର ରହୁଥିବା ନେଇ ଅତିଥିମାନେ ନିଜ ବକ୍ତବ୍ୟରେ କହିଥିଲେ।

ଏଥିସହ ଯୁବଗୋଷ୍ଠୀର ବିକାଶ, ପଞ୍ଚାୟତର ବିଭିନ୍ନ ସମସ୍ୟା ଓ ସାଙ୍ଗଠନିକ ପ୍ରସଙ୍ଗ ନେଇ ଯୁବକମାନେ ଅତିଥିମାନଙ୍କ ସହ ଆଲୋଚନା କରିଥିଲେ।

ଯୁବ ସଂଗଠକ ମହେଶ୍ୱର ସ୍ୱାଇଁ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶେଷରେ ଅରବିନ୍ଦ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିବା ପରେ ସଭା ସମାପ୍ତ ହୋଇଥିଲା।

ଏହି ଉତ୍ସବରେ ଭାଗ୍ୟଧର ଦାସ, ଦୀପ୍ତି ରଞ୍ଜନ ବଳ, ପ୍ରଶାନ୍ତ ଜେନା, ଶିବ ପ୍ରସାଦ ରଥ, ମନୋରଞ୍ଜନ ଜେନା, ମୁକ୍ତିକାନ୍ତ ବେହେରା, ଆଲୋକ ନାୟକ, ଶେଷଦେବ ସ୍ୱାଇଁ, ସୌମ୍ୟ ରଞ୍ଜନ ସେଠୀ ଓ ବିଶ୍ୱଜିତ୍ ବେହେରାଙ୍କ ସମେତ ଶତାଧିକ ଯୁବକ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *