• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଭାରି ବର୍ଷାର ପ୍ରଭାବ: ମଙ୍ଗଳପୁର ଡ୍ୟାମ୍‌ର ୪ ଗେଟ୍ ଖୋଲା, ବଢୁଛି ହାତୀନଦୀର ଜଳସ୍ତର

Byodishri Live

Sep 24, 2026

ଜୟପାଟଣା, ୨୪/୯: ଲଗାଣ ବର୍ଷା ଯୋଗୁଁ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅଞ୍ଚଳରେ ଜଳସ୍ତର ବଢିବାରେ ଲାଗିଛି। ମଙ୍ଗଳପୁର ଡ୍ୟାମ୍‌ରେ ଜଳପ୍ରବାହ ବୃଦ୍ଧି ପାଇବାରୁ ୪ଟି ଗେଟ୍ ଖୋଲାଯାଇଛି। ଡ୍ୟାମ୍‌ରୁ ଜଳ ନିଷ୍କାସନ ପରେ ହାତୀନଦୀରେ ମଧ୍ୟ ଜଳସ୍ତର ବଢୁଥିବା ସୂଚନା ମିଳିଛି।

ହାତୀନଦୀର ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ଖଏରମାଲ ବ୍ରିଜ୍‌ ଉପରେ ପାଣି ଲାଗିବାର ଆଶଙ୍କା ଦେଖାଦେଇଛି। ଏହାକୁ ନେଇ ନଦୀକୂଳିଆ ଅଞ୍ଚଳବାସୀଙ୍କ ମଧ୍ୟରେ ଚିନ୍ତା ବଢିଛି।

ଲଗାଣ ବର୍ଷା ଯୋଗୁଁ ମଙ୍ଗଳପୁର ଡ୍ୟାମ୍‌ରେ ଜଳସ୍ତର ଲଗାତାର ବଢୁଥିବାରୁ ପରିସ୍ଥିତି ଉପରେ ନଜର ରଖାଯାଉଛି। ହାତୀନଦୀରେ ପାଣି ବଢୁଥିବାରୁ ନଦୀକୂଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବା ସହ ନଦୀ ଏବଂ ଜଳପ୍ରବାହିତ ଅଞ୍ଚଳକୁ ନଯିବା ପାଇଁ ସଚେତନ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *